ସୋସିଆଲ୍ ମିଡିଆରେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ । ଭିନ୍ନ ଭିନ୍ନ ବୃତ୍ତିର ବ୍ୟକ୍ତି ନିଜର ପାଳିତ ଜୀବଙ୍କ ଉପରେ ନିଜର ସ୍ନେହ ଢ଼ାଳୁଥିବା ଦେଖିଥିବେ । ସେ ମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ଖୁବ୍ ପସନ୍ଦ ଆସିଥିବ ତ ପୁଣି କିଛି ଭିଡିଓ ବିରକ୍ତ ଲାଗିଥିବ । ସୋସିଆଲ୍ ମିଡିଆରେ ନିକଟରେ ବି ସେହିଭଳି ଏକ ଭିଡିଓ ଭାଇରାଲ୍ ହୋଇଛି । ଭିଡିଓକୁ ଦେଖିବା ପରେ କେହି କେହି ପ୍ରଶଂସା କରିଥିବା ବେଳେ ପୁଣି କେହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ନିଜ କୁକୁରକୁ ଠେଲା ପାଖରେ ଧରି ଗୁପ୍ଚୁପ୍ ଖୁଆଉଛନ୍ତି । ସେ ଗୁପଚୁପ୍ ବାଲାଙ୍କୁ ହାତ ବଢ଼ାଇ ଗୋଟାଏ ପରେ ଗୋଟାଏ ଗୁପ୍ଚୁପ୍ ଆଣୁଛନ୍ତି ଓ ତାହାକୁ ନିଜ କୁକୁରକୁ ଖୁଆଉଛନ୍ତି । କୁକୁରଟି ବି ଖୁବ୍ ଖୁସିରେ ମହିଳାଙ୍କ ହାତରୁ ତାହାକୁ ଖାଇଯାଉଛି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଇନଷ୍ଟା ବ୍ୟବହାରକାରୀ ଧୀରଜ ଛାବ୍ରା ।
ସେ ଭିଡିଓଟିକୁ ସେୟାର କରିବା ପରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରେ ଏହାକୁ ଦେଖିବାକୁ ଆଗ୍ରହ ଦେଖାଦେଇଛି । ମହିଳା ଜଣକ କୁକୁରଟିକୁ ଗୁପଚୁପ୍ ଖୁଆଉଥିବା କଥା ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସିନାହିଁ । ଏପରି ସତ୍ୟାନ୍ୟାଶ କରନାହିଁ ବୋଲି ଲେଖି ଜଣେ ବ୍ୟବହାରକାରୀ ଏହି ପୋଷ୍ଟରେ କମେଣ୍ଟ୍ ଦେଇଛନ୍ତି । ଅନେକ ବ୍ୟବହାରକାରୀ କୁକୁରଟିର ସ୍ୱାସ୍ଥ୍ୟକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି ।
View this post on Instagram
