କୁକୁରକୁ ବାଘ ଭଳି ରଙ୍ଗୀନ କରି ରାସ୍ତାରେ ଛାଡ଼ିଲେ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ : ବାଘ ଭଳି ଦେଖା ଯାଉଥିବା ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଚିନ୍ତାରେ ପଡ଼ିଯିବେ ଇଏ କୁକର ନା ବାଘ। ଏହି ଫଟୋ ଭାଇରାଲ ହେବା ପରେ ପଶୁଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଏହି କାମ କରିଥିବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚିବା ତଥା ଦଣ୍ଡ ଦେବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।
ବାଘର ରଙ୍ଗରେ ରଙ୍ଗିତ ହୋଇଥିବା ଏହି କୁକୁରର ଫଟୋ ମ୍ୟାଲେସିୟାର ବୋଲି ଜଣାପଡ଼ିଛି। ମାଲେସିଆ ଆନିମଲ୍‌ ଏସ୍କାଲେସନ୍‌ ଅଫିସିଆଲ୍‌ ଫେସବୁକ୍‌ ପେଜରେ କୁକୁରର ଫଟୋ ପୋଷ୍ଟ କରି ଅନୁରୋଧ କରିଛନ୍ତି କି, ଯଦି ଏହି ଘଟଣା ସହିତ ଜଡ଼ିତ କିଛି ସୂଚନା ଆପଣଙ୍କ ପାଖରେ ଅଛି ତେବେ ତୁରନ୍ତ ଆମକୁ ସହଯୋଗ କରନ୍ତୁ। ଯେଉଁମାନେ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯିବ। କୁକୁରର ଫଟୋ ଉପରେ ଏଯାଏଁ ୬,୦୦୦ରୁ ଅଧିକ କମେଣ୍ଟ ସହ ୩,୦୦୦ ଲୋକେ ସେୟାର ମଧ୍ୟ କରିଛନ୍ତି।