ପଟିଆ ଅଞ୍ଚଳରେ ଚାଞ୍ଚଲ୍ୟ, ମୃଦ୍ୟୁ ପାନୀୟ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର, ୦୯/୦୯ : ରାଜଧାନୀର ପଟିଆ ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟ । କୋଲଡ ଡ୍ରିଙ୍କସ ପିଇବାକୁ ଦେଇ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିଛି ଘର ମାଲିକ । ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଅଞ୍ଚଳର ରଞ୍ଜନ କୁମାର ମହାରଣା । ରଞ୍ଜନ ପଟିଆ ଅଞ୍ଚଳରେ ଭଡ଼ାରେ ରହୁଥିବା ବେଳେ ମହିଳା ଜଣକ ତା’ ଘରେ ଘରୋଇ ସହାୟିକା ଭାବେ କାମ କରନ୍ତି । ମହିଳାଙ୍କ ସ୍ୱାମୀ ମଧ୍ୟ ଘରକୁ ଯିବାଆସିବା କରୁଥିବା ବେଳେ ପରସ୍ପରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା । କୋଲଡ ଡ୍ରିଙ୍କସରେ ନିଶା ଦେଇ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଗତକିଛି ଦିନ ତଳେ ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ କରି ରେଳ କର୍ମଚାରୀ ଗିରଫ ହୋଇଥିଲେ । ଜଣେ ୫୪ ବର୍ଷୀୟ ରେଳ କର୍ମଚାରୀ ଷ୍ଟେସନର ଏକ ଭାଲ୍ ଭ ରୁମ୍ ଭିତରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ରାଉରକେଲା ସରକାରୀ ରେଳବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।