ଭୁବନେଶ୍ୱର, ୨୨/୧୧ : କଟକ ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ବାପା ମା’ଙ୍କୁ ହତ୍ୟା କରି ସ୍ତ୍ରୀ’ଙ୍କୁ କଲ କରି କହିଲା ସବୁ ଅଧ୍ୟାୟ ଆଜି ଶେଷ କରିଦେଲି ବୋଲି କହିଥିଲେ ପୁଅ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ସହରରେ। ଏକା ସାଙ୍ଗରେ ଗଡିଛି ଦୁଇ ଦୁଇଟି ମୁଣ୍ଡ । ସୂଚନା ମୁତାବକ, କଟକ ଓଲ୍ଡ ଜେଲ କଲୋନୀରେ ଦୀପକ କୁମାର ଦାସ ଓ ଦ୍ବିତୀୟ ପତ୍ନୀ ରିତାରାଣୀ ଦାସ ବାସ କରନ୍ତି । ତାଙ୍କର ଏକମାତ୍ର ପୁଅ ଆଲୋକ କୁମାର ଦାସଙ୍କ ସହ ଉଭୟ ମୃତକ ଦମ୍ପତିଙ୍କର ଜମିବାଡ଼ି ଓ ପଇସାକୁ ନେଇ ବିବାଦ ଲାଗି ରହିଥିଲା । ଆଉ ଏହି ବିବାଦ ଶୁକ୍ରବାର ରାତିରେ ନେଇଥିଲା ଉଗ୍ରରୂପ । ଧାରୁଆ ଛୁରୀରେ ପ୍ରଥମେ ସାବତ ମା’ଙ୍କୁ ହାଣି ହତ୍ୟା କରିଥିଲାବେଳେ ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲେ । ଘଟଣାସ୍ଥଳରେ ଦାରଘା ବଜାର ଥାନା ପୋଲିସ ଓ ସାଇଣ୍ଟିଫିକ ପହଞ୍ଚି ତଦନ୍ତ କରିବା ସହ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଇଥିଲା। ଅନ୍ୟପଟେ ହତ୍ୟାକାରୀ ପୁଅକୁ ପୋଲିସ ଅଟକ ରଖିଛି।