ଭୁବନେଶ୍ୱର: ଏକ ଅତ୍ୟାଧୁନିକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିସିଆଇ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଭାରତର ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଯାହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ପରି ନୂତନ ଜ୍ଞାନକୌଶଳ ଉପଯୋଗରେ ଏହା କଠୋର, ପ୍ରମାଣ ଭିତିକ ଶାସନକୁ ସକ୍ଷମ କରିବ ।
ଏହି ସହଭାଗୀତାରେ ଚିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନୀମାନେ ନିୟୋଜିତ ହୋଇ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ଏବଂ ମୂଲ୍ୟାଙ୍କନ ଭିତିକ ତଥ୍ୟ ପ୍ରଦାନ କରିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରିଡ଼ା ଓ ଯୁବସେବା ଓ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂଏମ୍ .ଡି.ଓକାକ୍ ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ମନୋଜ ପଟ୍ଟନାୟକ ସି.ଇ.ଓ. ଓକାକ୍ ଓ ଚିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ. ଲେନି ଚୌଧୁରୀଙ୍କ ମଧ୍ୟରେ ଶନିବାର ଭୁବନେଶ୍ୱରରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।