ନୂଆଦିଲ୍ଲୀ, ୧୨/୦୬ : ଭାରତୀୟ ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ ଦଳ ଆସନ୍ତା ଜୁଲାଇ ୪ରୁ ୨୩ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗସ୍ତ କରିବା ସହ ଘରୋଇ ଦଳ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଦୁଇଟି ୪ ଦିିନିଆ ମ୍ୟାଚ ଖେଳିବ। ଏଥିପାଇଁ ବିସିସିଆଇ ଜୁନିୟର ମନୋନୟନ କମିଟି ପକ୍ଷରୁ ଭିନ୍ନଭିନ୍ନ ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଯଶବଦ୍ଧନ ସିଂହ ଚୌହ୍ବାନ ଉଭୟ ଦିନିକିଆ ସହ ୪ ଦିନିଆ ମ୍ୟାଚ ଲାଗି ଅଧିନାୟକ ଓ ଲକ୍ଷ୍ୟ ରାଇଚାନ୍ଦିନି ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସାନ ପୁଅ ଅନ୍ବୟ ଦ୍ରାବିଡ଼ଙ୍କୁ ୱିକେଟରକ୍ଷକ ଭାବେ ଦିନିକିଆ ଦଳରେ ସ୍ଥାନ ମିଳିଛି। ଅନ୍ବୟ କର୍ଣ୍ଣାଟକ ପକ୍ଷରୁ ୨୦୨୫-୨୬ ଘରୋଇ ସୟଦ ମୁସ୍ତାକ ଅଲ୍ଲୀ ଟି୨୦, ବିଜୟ ହଜାରେ ଟ୍ରଫିରେ ଖେଳିବା ସହିତ ଉତ୍ତମ ପ୍ରଦର୍ଶନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଜୁଲାଇ ୪, ୬ ଓ ୯ରେ ହାମ୍ବାନଟୋଟାରେ ଖେଳାଯିବ। ସେହିପରି ପ୍ରଥମ ୪ ଦିନିଆ ମ୍ୟାଚ ଜୁଲାଇ ୧୩ରୁ ୧୬ ପର୍ଯ୍ୟନ୍ତ ଗାଲେ ଓ ଦ୍ବିତୀୟ ମ୍ୟାଚ ଜୁଲାଇ ୨୦ରୁ ୨୩ ପର୍ଯ୍ୟନ୍ତ କଲମ୍ବୋରେ ଖେଳାଯିବ।
୧୯ ବର୍ଷରୁ କମ୍ ଭାରତୀୟ ଦିନିକିଆ ଦଳ : ଯଶବଦ୍ଧନ ସିଂହ ଚୌହ୍ବାନ (ଅଧିନାୟକ), ଲକ୍ଷ୍ୟ ରାଇଚାନ୍ଦିନ (ଉପଅଧିନାୟକ),ସାଗର ଭିକ୍ ,ଭି.କେ ଭିନିତ, ଅର୍ଜୁନ ରାଜପୁତ, କୁଶାଗ୍ର ଓଝା, ରଜତ ଭାଗଲେ ଓ ଅନ୍ବୟ ଦ୍ରାବିଡ଼ (ଉଭୟେ ୱିକେଟ୍ ରକ୍ଷକ), ଅନମୋଲଜିତ ସିଂହ, ଭୁଟକୁରୀ ଯଶବୀର ଗୌଡ଼, ରୋହିତ ଅନୀଲ ଯାଦବ, ଭି. ସାଭିନ, କାବ୍ୟ ପରେଶ ପଟେଲ, ମୋହିତ ଉଲଭା, ଈଶାନ ସୁଦ୍।