ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ ସ୍ମାର୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର, ୫/୧୦ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ୪ ନମ୍ବର ଲଞ୍ଚପ୍ୟାଡରୁ ଆଜି ସୁପରସୋନିକ୍ ମିସାଇଲ୍ ଆସିଷ୍ଟେଡ ରିଲିଜ୍ ଅଫ୍ ଟର୍ପେଡୋ (ସ୍ମାର୍ଟ)ର ସଫଳ ଉତ୍‌କ୍ଷେପଣ ହୋଇଛି।

ଆଜି ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା । ଏଥିରେ କମ୍ ଓଜନର ଟରପିଡୋ ଲଗାଯାଇଛି, ଯାହା ପେଲୋଡରେ ବ୍ୟବହାର ହୋଇଥାଏ। ଏହି ମିସାଇଲ ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରଖିଥାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାକୁ ନେଇ ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜନାଥ ସିଂହ କହିଛନ୍ତି ଯେ, ଏହି ସଫଳତା ପାଇଁ ମୁଁ ଡ଼ିଆରଡିଓ ଏବଂ ଅନ୍ୟ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଉଛି।