ତମ୍ବାପାତ୍ରରେ ପାଣି ପିଇବା ଏବେ ନୁହେଁ ପୁରାତନ ଚଳଣି । ଆଜି ବି ବହୁ ବୟସ୍କ ଲୋକ ଷ୍ଟିଲ୍ ଏବଂ କାଚ ପାତ୍ରରେ ପାଣି ପିଇବା ବଦଳରେ ତମ୍ବାପାତ୍ରରେ ପାଣି ରଖି ପିଇଥାନ୍ତି। ଆୟୁର୍ବେଦ ଅନୁସାରେ ତମ୍ବାପାତ୍ର ବ୍ୟବହାର କରିବା ଦ୍ୱାରା ଶରୀରରେ ବାତ, ପିତ୍ତ, କଫ ସନ୍ତୁଳିତ ହୋଇ ରହିଥାଏ। ବିଶେଷଜ୍ଞଙ୍କ ଅନୁସାରେ ତମ୍ବାପାତ୍ର ପାଣିକୁ ଚାର୍ଜ ଓ୍ବାଟର୍ କୁହାଯାଏ, ତେଣୁ ରାତିରେ ୭ରୁ ୮ଘଣ୍ଟା ପାଣି ପାତ୍ରରେ ରଖିବା ପରେ ସକାଳୁ ଉଠି ଖାଲି ପେଟରେ ପାଣି ପିଅନ୍ତୁ।
ତମ୍ବାପାତ୍ରରେ ଥିବା ପାଣିକୁ ଆପଣ ଯେତେବେଳେ ଚାହିଁଲେ ବି ପିଇ ପାରିବେ। ହେଲେ ସକାଳୁ ଖାଲି ପେଟରେ ପଇବା ଶରୀର ପାଇଁ ଲାଭଦାୟକ। ଏହି ପାତ୍ରକୁ ତଳେ ରଖନ୍ତୁ ନାହିଁ, ପାଣି ରଖିବା ସମୟରେ ପାତ୍ରକୁ କାଠର ଟେବୁଲ ଉପରେ ହିଁ ରଖନ୍ତୁ। ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ହଜମ ପ୍ରକ୍ରିୟା ବୃଦ୍ଧି କରିଥାଏ। ଏସିଡିଟି, କୋଲେଷ୍ଟର ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।
ତମ୍ବାପାତ୍ର ପାଣିରେ ଆଣ୍ଟି ଇମ୍ପେମେଣ୍ଟ୍ରି ଗୁଣ ରହିଛି। ଯାହା ଆର୍ଥାଇଟିସ୍ ସମସ୍ୟା ଦୂର କରିଥାଏ। କିଡନୀ କିମ୍ବା ହୃଦରୋଗ ସମ୍ବନ୍ଧିତ ବ୍ୟକ୍ତି ତମ୍ବାପାତ୍ର ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏଥିସହ ତମ୍ବାପାତ୍ରରେ କ୍ଷୀରି ରଖି ପିଅନ୍ତୁ ନାହିଁ, କାରଣ ତମ୍ୱା ପାତ୍ରରେ କ୍ଷୀର ରଖି ପିଇଲେ ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଛି।
ଏହି ଭୁଲ କରନ୍ତୁ ନାହିଁ
୧ – ଯେଉଁମାନେ ଏସିଡିଟି ରୋଗୀ, ସେମାନେ କେବେବି ଏହି ପାଣି ପିଇବା ଉଚିତ୍ ନୁହେଁ। ନହେଲେ ଏସିଡିଟି ସମସ୍ୟା ବଢ଼ିପାରେ। କାରଣ ଚାର୍ଜ ହେବା ପରେ ତମ୍ବା ଜଳର ପ୍ରଭାବ ଗରମ ହୋଇଯାଏ।
୨ – ଯଦି ଆପଣ କିଡନୀ କିମ୍ବା ହୃଦୟ ରୋଗୀ, ତେବେ ଏହି ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚତ ନିଅନ୍ତୁ।
୩ – ପାଣି ବ୍ୟତୀତ ତମ୍ବା ବାସନରେ କ୍ଷୀର, ଖଟା ଜିନିଷ ଇତ୍ୟାଦି ରଖନ୍ତୁ ନାହିଁ । ଏହା ଖାଦ୍ୟକୁ ବିଷାକ୍ତ କରିଦେଇଥାଏ।