ନୂଆଦିଲ୍ଲୀ, ୧୩/୦୩ : ଭାରତ ପୁରୁଷ ଟି୨୦ ବିଶ୍ବକପ୍ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଚମ୍ପିଆନ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ସ୍ବର୍ଣ୍ଣ ପଦକ ପାଇଥିଲେ। ଭାରତ ଚମ୍ପିଆନରେ ଅଲରାଉଣ୍ଡର ଶିଭମ ଦୁବେଙ୍କ ବଡ଼ ଅବଦାନ ରହିଥିଲା। ଦୁବେ ପାଇଥିବା ପଦକକୁ ପିତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଦୁବେ ଘରେ ପହଞ୍ଚିବା ପରେ ପଦକକୁ ପିତାଙ୍କୁ ପିନ୍ଧାଇଥିଲେ। ଟି୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ଏ ପଦକ ମୋ ପିତାଙ୍କ ପାଇଁ ସମ୍ଭବ ହୋଇଛି। ପିତାଙ୍କୁ ପଦକ ଉପହାର ଦେଇ ପାରିଥିବାରୁ ମୁଁ ବହୁତ ଖୁସି ବୋଲି ଦୁବେ କହିଛନ୍ତି। ସୂଚନାଯୋଗ୍ୟ, ଅଲରାଉଣ୍ଡର ଦୁବେ ଟି୨୦ ବିଶ୍ବକପରେ ୯ଟି ମ୍ୟାଚ ଖେଳି ୧୬୯.୦୬ ଷ୍ଟ୍ରାଇକରେଟ୍ରେ ୩୯.୧ ୬ ଆଭରେଜରେ ୨୩୫ ରନ କରିଥିଲେ।