ଭୁବନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା

ଭୁବନେଶ୍ୱର,୨୦/୬: ଦିନକୁ ଦିନ ଲୋକାଲ କେସ ବଢିବା ପରେ ପୁଣି ଥରେ ବିଏମସି ଭୁୂନେଶ୍ୱରର ଡୁମଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛି । ଦୀର୍ଘଦିନ ପରେ ଭୁବନେଶ୍ଵରରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ୍‌ ବାହାରିବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଏମ୍‌ସି।

କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ସୁବାସ ନଗର ବସ୍ତିରୁ ଏକାଧିକ ଆକ୍ରାନ୍ତ ବାହାରିଛନ୍ତି। ଏହାପରେ ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନମ୍ଵର ୩୨୩ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ୍‌ ହେବା ପରେ ସେଠାରେ ସମସ୍ତ କଟକଣା ଲାଗୁ ହେବ। ଅଞ୍ଚଳରେ ସବୁ ଅଫିସ ବନ୍ଦ ରହିବ, ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଡୁମୁଡୁମା ସୁବାସ ନଗର ବସ୍ତିରୁ ୬ ପଜିଟିଭ୍‌ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।