ଭଦ୍ରକ, ୬/୧୦ : ଭଦ୍ରକ ସହରରେ ହେଉଥିବା ନକଲି ଜର୍ଦ୍ଦା କାରବାରର ପର୍ଦ୍ଦାଫାସ ହୋଇଛି । ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ନକଲି ଜର୍ଦ୍ଦା କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପ୍ରାୟ ଦେଢ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ତିଆରି ଲାଗି ସାମଗ୍ରୀ, କେମିକାଲ୍, ଯନ୍ତ୍ରପାତି, ବିଭିନ୍ନ ନାମୀ କଂପାନିର ଲୋଗୋ ଆଦି ଜବତ ହୋଇଛି । ତେବେ ଘଟଣାସ୍ଥଳରୁ ପୁଲିସ୍ ରାଜା ଖାଁ ନାମକ ଜଣେ ଲୋକକୁ ଥାନାରେ ଆଣି ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କରିମ୍ ଖାଁ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ମାସରେ ପୋଲିସ ୫ ଟି ନକଲି ଜର୍ଦ୍ଦା ଠାବ କରିଥିଲା । ତେବେ ଆଜିର ଏହି ପର୍ଦ୍ଦାଫାସ ପରେ ଭଦ୍ରକରେ ନକଲି ଜର୍ଦା କାରବାରର ଏକ ବଡ଼ ରେକେଟ୍ କାମ କରୁଛି ବୋଲି ଅନୁମାନ କରାଯାଉଛି ।