ଅସ୍ଥି ବିସର୍ଜନ ସାରି ଫେରୁଥିବା ବେଳେ ବାଟରେ ହେଲା ଦୁର୍ଘଟଣା : ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ,୧୭/୫: ହରିୟାଣା ରେବାଡୀରେ ଏନଏଚ-୪୮ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଅସ୍ଥି ବିସର୍ଜନ ସାରି ଫେରୁଥିବା ବେଳେ ଏକ କ୍ରୁଜର ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ବସିଥିବା ୫ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଏହି ଘଟଣାରେ ୧୨ଜଣ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ କ୍ରୁଜର ଗାଡ଼ିରେ ପ୍ରାୟ ୧୭ଜଣ ଯାତ୍ରୀ ବସିଥିଲେ ବୋଲି ଜଣାପଡିଛି । ପୋଲିସର କହିବାନୁସାରେ, କ୍ରୁଜର ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଅସ୍ଥି ବିସର୍ଜନ ପାଇଁ ହରିଦ୍ବାର ଯାଇଥିଲେ । ସେଠାରୁ ସେମାନେ ଜୟପୁରର ସାମୋଦ ଗାଁକୁ ଫେରୁଥିଲେ । ଏହି ସମୟରେ ଗାଡ଼ିଟି ଦୁର୍ଘଟଣାର ହୋଇଥିଲା ।