ବିଧାନସଭା କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ଅରୁନ୍ଧତୀ ଗ୍ରୁପର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେରଙ୍କ ସାକ୍ଷାତ ଆଲୋଚନା

0

ଭୁବନେଶ୍ୱର,୩୧/୩ : ଗତକାଲି ବିଧାନସଭା କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ଅରୁନ୍ଧତୀ ଗ୍ରୁପର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ଏବଂ ଅରୁନ୍ଧତୀ ବାନ୍ଧକଳାର ପ୍ରମୁଖ ରବିଶ ଟଣ୍ଡନ ପ୍ରମୁଖ ସାକ୍ଷାତ କରି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଶିଳ୍ପର ବିକାଶ, ଏହାର ଜାତୀୟ ଅନ୍ତର୍ଜାତୀୟ ବଜାରରେ ବର୍ତମାନର ଉପସ୍ଥିତି ସହ ଏହି ସର୍ବପୁରାତନ ବନ୍ଧାକଳା ଓ ଏହା ସହିତ ଜଡିତ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିବିଶେଷ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଓଡିଶାର ପାରମ୍ପରିକ ବୈଭବଶଳୀ ହସ୍ତତନ୍ତର ଇତିହାସ ବହୁ ପୁରାତନ । କଳା, ପ୍ରତିଭା ଓ ପାରଦର୍ଶିତା ରେ ବୁଣା ସମ୍ବଲପୁରୀ ଶାଢ଼ୀକୁ ନେଇ ପ୍ରତ୍ୟେକଟି ଓଡ଼ିଆ ଦେଶବିଦେଶରେ ଗୌରବାନ୍ୱିତ ହୋଇଥାଏ ।

ତେଣୁ ଏହି ହସ୍ତତନ୍ତ ଶିଳ୍ପ ପ୍ରତି କିଭଳି ଅଧିକ କାରିଗରଙ୍କୁ ଯୋଡାଯାଇ ପ୍ରୋତ୍ସାହିତ କରାଯାଇ ଏକ ବିକଶିତ ବଜାର ପ୍ରତିଷ୍ଠା ସହ ଉର୍ନତ ମାନର ସଂସାଧନ ଯୋଗାଇ ଦେବାପାଇଁ ଅରୁନ୍ଧତୀ ବାନ୍ଧକଳା ତରଫରୁ ସୋନପୁର ଠାରେ ୧୦ ଏକର ପରିମିତ କ୍ୟାମ୍ପସରେ , ୩୦୦୦ ତନ୍ତବୁଣା ଯନ୍ତ୍ର ଏବଂ ୫୦୦୦ ରୁ ଉର୍ଧ୍ଵ ବୁଣାକାର ପୁରୁଷ ଓ ମହିଳାଙ୍କୁ ନେଇ ଆରମ୍ଭ ହେବାକୁ ଯାଉଥିବା ଅତ୍ୟାଧୁନିକ ଗବେଷଣାଗର ଓ ଟ୍ରେନିଂ centre ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ବିଚାର ବିମର୍ଷ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ମହୋଦୟା ମଧ୍ୟ ଏହି ଅବସରରେ ଓଡ଼ିଆ ହସ୍ତତନ୍ତ ର ବିକାଶ,ଏହି ଶିଳ୍ପରେ ବେଶୀ ମହିଳା ବର୍ଗକୁ ସାମିଲ କରାଯିବ ସହ ବୁଣାକାର ସମାଜର ପ୍ରତିଭାକୁ ଏକ ନୂଆ ସ୍ତରକୁ ଅଣାଯାଇ ସେମାନଙ୍କୁ କିଭଳି ଉପକୃତ କରାଯାଇପାରିବ ସେ ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.