ରାଜଧାନୀରେ ଆଜିଠୁ ଗଡ଼ିବ ଇ-ବସ୍, ଇ-ରିକ୍ସା

ଭୁବନେଶ୍ୱର,୨୯ /୭ : ରାଜ୍ୟରେ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ ଇ-ବସ ଏବଂ ୪୫ ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣ ୫ଟାରେ ବିମାନ ବନ୍ଦର ରାସ୍ତାରେ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ବାୟୁ ପ୍ରଦୂଷଣକୁ ରୋକି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଭାବେ ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କୃଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ କରିବ।