ଓଭାଲରେ ଭାରତର ଐତିହାସିକ ବିଜୟ,୧୫୭ ରନରେ ହାରିଲା ଇଂଲଣ୍ଡ

ଲଣ୍ଡନ,୬ /୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ୪ର୍ଥ ଟେଷ୍ଟକୁ ୧୫୭ ରନରେ ଜିତିନେଇଛି ବିରାଟ ବାହିନୀ । ଦ୍ବିତୀୟ ଇନିଂସରେ ମାତ୍ର ୨୧୦ ରନରେ ଅଊଆଉଟ ହୋଇଯାଇଛି ଇଂଲଣ୍ଡ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦ୍ବିତୀୟ ଟେଷ୍ଟକୁ ଭାରତ ଜିତିନେଇଥିଲା । ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା । ତେବେ ଚତୁର୍ଥ ଟେଷ୍ଟରେ ଏହାର ବଦ୍‌ଲା ନେଇଛି ଭାରତ ।

ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୯ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ ହାସିମ ହମିଦ ୧୦୦ରନର ପାର୍ଟନରସିପ କରି ଦଳକୁ ଏକ ଭଲ ଆରମ୍ଭ ହେଇଥିଲେ ବି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଫଳରେ ଭାରତ ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଛି । ବର୍ନସ ୫୦, ହାସିମ ୬୩ ରନ ଓ ଅଧିନାୟକ ଜୋ ରୁଟ୍ ୩୬ ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା, ଉମେଶ ଯାଦବ ଓ ଶାର୍ଦ୍ଦୁଳ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୧୯୧ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ୨୯୦ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ଜୋରଜାର ଖେଳ ପ୍ରଦର୍ଶନ କରି ୪୬୬ ରନ କରିଥିଲା ଓ ଇଂଲଣ୍ଡ ଆଗରେ ୩୬୯ରନର ବିଜୟ ଲକ୍ଷ୍ୟ ରଖିଥିଲା ।

Comments are closed.