ନୂଆଦିଲ୍ଲୀ, ୦୩/୧୧ : ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା । ଆଜି ସକାଳ ସମୟରେ ୨୦ ଜଣଙ୍କ ମୃତ୍ୟୁ ଖବର ମିଳିଥିଲା । ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ସ୍ଥାନୀୟ ସମୟ ୧୨.୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଏହି ସମୟରେ ଅଧିକାଂଶ ଲୋକ ଶୋଇଥିଲେ । ଯେତେବେଳେ ହଠାତ୍ ଭୂମିକମ୍ପ ହୋଇଥିଲା ସେମାନେ ହଠାତ୍ ଭୟଭୀତ ହୋଇଯାଇଥିଲେ । ଘର ବାହାରୁକୁ ଆସିଯାଇଥିଲେ ।