ମୁମ୍ବାଇରେ ପୁଣି ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୩.୫

ମୁମ୍ବାଇ, ୭/୯ : ଆଜି ସକାଳ ପ୍ରାୟ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର ୧୦୨କିଲୋମିଟର ଉତ୍ତରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ କାହାର ପ୍ରାଣହାନି କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ।