ମୁମ୍ବାଇରେ ପୁଣି ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା ୩.୫

ମୁମ୍ବାଇ, ୧୧/୯ : ମହାରାଷ୍ଟ୍ରରେ ବାରମ୍ବାର କମ ତୀବ୍ରତାର ଭୂକମ୍ପ ଅନୁଭୂତ ହେଉଛି। ଆଜି ସକାଳ ପ୍ରାୟ ୪ଟା ୧୫ରେ ପୁଣି ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର ୯୮ କିଲୋମିଟର ଉତ୍ତରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ କାହାର ପ୍ରାଣହାନି କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ।