ନୂଆଦିଲ୍ଲୀ, ୨୪/୮ : ଅରୁଣାଞ୍ଚଳ ପ୍ରଦେଶର ଅଞ୍ଜାଓ ଅଞ୍ଚଳରେ ସୋମବାର ଭୋର ୩ଟା ୩୬ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୭ ରହିଛି । ତେବେ ଭୂମିକମ୍ପ ଯୋଗୁ କୌଣସି ଧନ ଜୀବନ ହାନି ହୋଇନଥିବ ଜଣାପଡିଛି । ସୂଚନାଯୋଗ୍ୟ, ଆଜି ନ୍ୟୁଜିଲାଣ୍ଡରେ ମଧ୍ୟ ୫.୪ ତୀବ୍ରତାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।