ଦାରିଂବାଡ଼ିରେ ମୃଦୁ ଭୂକମ୍ପ ଅନୁଭୂତ

ଦାରିଂବାଡ଼ି, ୮/୧ : ଆଜି ରାତି ୯.୪୯ ମିନିଟରେ ଦାରିଂବାଡ଼ି, ରାଇକିଆ, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ସମେତ ଏହା ସୀମାବର୍ତ୍ତୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ହଠାତ୍ ଘର କାନ୍ଥ ଓ ଭୂମି ଥରିବା ସହ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ସେଠାରେ ଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇ ହୋଟେଲ ବାହାରକୁ ବାହାରି ଆସିଥିଲେ। ଏହି ମୃଦୁ ଭୂକମ୍ପରେ ସ୍ଥାନରୁ କ୍ଷୟକ୍ଷତି ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।