ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ନୂଆଦିଲ୍ଲୀ, ୧୮/୧୨ : ଗୁରୁବାର ରାତି ପ୍ରାୟ ୧୧ଟା ୪୫ମିନିଟରେ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଯାଇଥିଲେ । ଭୂକମ୍ପର କେନ୍ଦ୍ରସ୍ଥଳ ଗୁରୁଗ୍ରାମ ଠାରୁ ୪୮ କିଲୋମିଟର ଦକ୍ଷିଣ ପଶ୍ଚିମ ବୋଲି କୁହାଯାଉଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।