ଭୂକମ୍ପ ଝଟକାରେ ଥରିଲା ଗୁଜୁରାଟ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦

ନୂଆଦିଲ୍ଲୀ, ୨୪/୧୧ : ଗୁଜୁରାଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ପ୍ରତ୍ୟୁଷରେ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଗାନ୍ଧୀନଗର ଭୂକମ୍ପ ଗବେଷଣା ପ୍ରତିଷ୍ଠାନ ଅନୁଯାୟୀ, ଭୋର ୩:୦୬ ସମୟରେ ଏହି ଅଞ୍ଚଳରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୩.୦ ଥିବା ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ସୌରାଷ୍ଟ୍ରର ପ୍ରାୟ ୧୫ କିଲୋମିଟର ଉତ୍ତର-ଉତ୍ତରପୂର୍ବରେ ଅବସ୍ଥିତ ଥିଲା । ଏହାର ଭୌଗାଳିକ ଅବସ୍ଥିତି ୨୧.୧୮୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୦.୫୪୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ହୋଇନାହିଁ।