ଶ୍ରୀନଗର, ୮/୨ : ଭାରତ-ପାକିସ୍ତାନ ସୀମା ଜାମ୍ମୁ ଏବଂ କାଶ୍ମୀର ଅନ୍ତର୍ଗତ ଗୁଲ୍ମାର୍ଗ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୪ଟା ୫୬ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।
An earthquake of magnitude 3.5 on the Richter scale, occurred in Jammu and Kashmir at 4:56 am today: National Center for Seismology
— ANI (@ANI) February 7, 2021
ସୂଚନାଯୋଗ୍ୟ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇସାରିଛି । କିନ୍ତୁ ଏହା ରିକ୍ଟର ସ୍କେଲରେ ତୀବ୍ରତା କମ ରହୁଥିବାର କ୍ଷୟକ୍ଷତି ହୋଇନାହିଁ ।