କାରଗିଲରେ ୪.୪ ତିବ୍ରତାର ଭୂମିକମ୍ପ ଅନୁଭୂତ

ଜମ୍ମୁ, ୮/୯ : ଲଦାଖସ୍ଥିତ କାରଗିଲରେ ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୫ଟା ୪୫ରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। କାରଗିଲଠାରୁ ୪୩୫ କିଲୋମିଟର ଦୂର ଉତ୍ତର-ଉତ୍ତରପଶ୍ଚିମରେ ଆଜି ସକାଳ ୫ଟା ୪୭ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଅଫ ସିସମୋଲୋଜୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଭୂକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି।