ଫିଲପାଇନସ୍‌ରେ ୭.୦ ତୀବ୍ରତାର ଭୁକମ୍ପ, ଲୋକେ ଆତଙ୍କିତ

ମାନିଲା, ୨୧/୧ : ଫିଲପାଇନସ୍‌ରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ମପାଯାଇଛି। ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୨୩ ମିନିଟରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ଉତ୍ପତି ସ୍ଥଳ ଫିଲପାଇନସ୍‌ରୁ ୨୧୦ କିଲୋମିଟର ଦୂର ପୋଙ୍ଗଡୁଇଟାନରେ ଥିଲା ବୋଲି ଆମେରିକୀୟ ଭୂ ଗର୍ଭିୟ ସର୍ଭେକ୍ଷଣ (ୟୁଏସଜିଏସ୍) ଆକଳନରୁ ଜଣାପଡିଛି। ଭୂମିକମ୍ପ ଲାଗି ସୁନାମୀ ସତର୍କତା ଜାରି ହୋଇ ନଥିବା ବେଳେ କ୍ଷୟକ୍ଷତି ସୂଚନା ମଧ୍ୟ ମିଳି ନାହିଁ। ତେବେ ୭.୦ ତୀବ୍ରତାର କମ୍ପନ ସାଧାରଣରୁ ଅଧିକ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଥିବା ଜଣାପଡିଛି।