ନୂଆଦିଲ୍ଲୀ, ୨୬/୦୩ : ପାକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୬ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୯୨ କିଲୋମିଟର ଗଭୀରତାରେ ଥିବା NCS ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହି ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । କିଛି ସମୟ ପରେ ଆଜି ସକାଳେ ଉତ୍ତର-ପଶ୍ଚିମ ନେପାଳର ପଶ୍ଚିମପ୍ରଦେଶରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୦ ଥିବା ମପାଯାଇଥିଲା । ଏହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର ମୁରାଇ ଅଞ୍ଚଳ ନିକଟରେ ଥିଲା । ନିକଟବର୍ତ୍ତୀ ବୈତାଡି ଏବଂ ବଝାଙ୍ଗ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ନେପାଳରେ ମଧ୍ୟ କୌଣସି କ୍ଷୟକ୍ଷତି ଘଟିଥିବାର ସୂଚନା ମିଳିନାହିଁ ।