ନୂଆଦିଲ୍ଲୀ, ୦୩/୧୦ : ପ୍ରବଳ ଭୂମିକମ୍ପରେ ଥରି ଉଠିଲା ଆର୍ଜେଣ୍ଟିନା । ସାଣ୍ଟିଆଗୋ ଡେଲ୍ ଏଷ୍ଟେରୋ ପ୍ରଦେଶରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ରାତି ୨୧:୩୭ (UTC) ରେ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଆର୍ଜେଣ୍ଟିନାର ଏଲ୍ ହୋୟୋ ସହରରୁ ୨୯ କିଲୋମିଟର ପଶ୍ଚିମରେ ଏବଂ ପୃଥିବୀଠାରୁ ୫୭୧ କିଲୋମିଟର ଗଭୀରତାରେ ଥିଲା । ହେଲେ, ଭୂମିକମ୍ପ ଯୋଗୁଁ କୌଣସି କ୍ଷତିର ରିପୋର୍ଟ ମିଳିନାହିଁ । ଏହି ଭୂମିକମ୍ପର ଗଭୀରତା ଅଧିକ ଥିଲା କିନ୍ତୁ କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ରିପୋର୍ଟରୁ ଜଣା ପଡ଼ିଛି । ଏହି ଅଞ୍ଚଳ ଗଭୀର ଏବଂ ଶକ୍ତିଶାଳୀ ଭୂକମ୍ପୀୟ ଘଟଣା ପାଇଁ ଜଣାଶୁଣା ।
