ନୂଆଦିଲ୍ଲୀ, ୧୬/୦୪ : ଆଫଗାନିସ୍ତାନରେ ୫.୬ ତୀବ୍ରତାର ଏକ ଭୂମିକମ୍ପ ଘଟିଛି। ଏହି ଭୂମିକମ୍ପର କମ୍ପନ ଭାରତର ରାଜଧାନୀ ଦିଲ୍ଲୀ ଏବଂ ଏନସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଭୂମିକମ୍ପ ୧୨୧ କିଲୋମିଟର (୭୫ ମାଇଲ) ଗଭୀରତାରେ ଅନୁଭୂତ ହୋଇଥିଲା, ଏବଂ ଏହାର କେନ୍ଦ୍ରସ୍ଥଳ ପ୍ରାୟ ୧୦୮,୦୦୦ ଜନସଂଖ୍ୟା ବିଶିଷ୍ଟ ସହର ବାଗଲାନରୁ ୧୬୪ କିଲୋମିଟର ପୂର୍ବରେ ଥିଲା। ଦିଲ୍ଲୀରେ ଭୋରୁ ଭୋରୁ ଲୋକମାନେ ମୃଦୁ କମ୍ପନ ଅନୁଭବ କରିଥିଲେ। କିନ୍ତୁ ତୁରନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତ୍ୟୁର ଖବର ମିଳିନାହିଁ। ଆଫଗାନିସ୍ତାନରେ ମଧ୍ୟ ପ୍ରାଥମିକ ରିପୋର୍ଟ ଅନୁଯାୟୀ କୌଣସି ବଡ଼ ଧ୍ୱଂସର ସୂଚନା ନାହିଁ। ହିନ୍ଦୁକୁଶ ଅଞ୍ଚଳ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଏହା ଏକ ସାଧାରଣ ଘଟଣା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ଅଞ୍ଚଳ ଭାରତୀୟ ଏବଂ ଇଉରେସିଆନ ଟେକ୍ଟୋନିକ ପ୍ଲେଟର ସଂଯୋଗ ସ୍ଥଳରେ ଅବସ୍ଥିତ, ଯାହା ଏହାକୁ ସିସମିକ କାର୍ଯ୍ୟକଳାପ ପାଇଁ ସମ୍ବେଦନଶୀଳ କରିଥାଏ।