ଭୂକମ୍ପରେ ଥରିଲା କୋରାପୁଟ, ଏହାର ତୀବ୍ରତା ୪.୪ ରେକର୍ଡ

ଭୁବନେଶ୍ୱର, ୦୫/୦୪ : ଭୂକମ୍ପରେ ଥରିଲା କୋରାପୁଟ । ଜୟପୁର, ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଶନିବାର ରାତି ୧୧ଟା ୩୧ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୟରେ ଘରୁ ବାହାରକୁ ପଳାଇଆସିଥିଲେ ଲୋକ । ଘରର ଆସବାବପତ୍ର ଦୋହଲିଯାଇଥିଲା । ପ୍ରାୟ ୧୨ ସେକେଣ୍ଡ ଧରି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହା ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ଗତ ୩ ଦିନ ତଳେ ଗୁଜରାଟର ନବସାରୀ ଜିଲ୍ଲାରେ ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ ରହିଥିଲା । ଭୂକମ୍ପ ଝଟକା ସକାଳ ୫ଟା ୨୭ ମିନିଟରେ ଆସିଥିଲା । ଯାହାର କେନ୍ଦ୍ର ବାସନ୍ଦାରୁ ୨୨ କିମି ପୂର୍ବ ଦକ୍ଷିଣପୂର୍ବରେ ରହିଥିଲା । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିଲା ।