ଭେନେଜୁଏଲାରେ ଭୂକମ୍ପ ଝଟକା : ଏହାର ତୀବ୍ରତା ୬.୧

ନୂଆଦିଲ୍ଲୀ, ୨୫/୦୯ : ଆଜି ସକାଳୁ-ସକାଳୁ ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଏକ ଶକ୍ତିଶାଳୀ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭିତ କରିଛି । ଏଥିସହ ଉତ୍ତର-ପଶ୍ଚିମ ଭେନେଜୁଏଲାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ଭେ (USGS) ରିପୋର୍ଟ କରିଛି । USGS ଅନୁଯାୟୀ, ରାଜଧାନୀ କାରାକାସରୁ ୩୭୦ ମାଇଲ ପଶ୍ଚିମରେ ଥିବା ମେନେ ଗ୍ରାଣ୍ଡେରେ ଏହାର କେନ୍ଦ୍ରସ୍ଥଳ ଥିଲା । ଭେନେଜୁଏଲାର ସରକାର ତୁରନ୍ତ ଭୂମିକମ୍ପ ସମ୍ପର୍କରେ ସୂଚନା ପ୍ରକାଶ କରି ନାହାଁନ୍ତି ।

SBI_Festive_Digital Billboard