ଯେଉଁ ଘର ଅପରିଷ୍କାର ହୋଇଥାଏ, ପରିଷ୍କାର-ପରିଚ୍ଛନ୍ନତା ଉପରେ ଧ୍ୟାନ ରଖାଯାଇନଥାଏ ସେଠାରେ ବାସ୍ତୁଦୋଷ ବଢ଼ିଥାଏ। ବାସ୍ତୁଦୋଷ ଯୋଗୁଁ ଘରେ ରହୁଥିବା ଲୋକଙ୍କ ବିଚାରରେ ନକରାତ୍ମକତା ଅଧିକ ରହିଥାଏ। ନକରାତ୍ମକ ବିଚାର ଯୋଗୁଁ କାର୍ଯ୍ୟରେ ସଫଳତା ମିଳିପାରିନଥାଏ ଏବଂ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବାସ୍ତୁଦୋଷ ଦୂର କରିବା ପାଇଁ ଘରେ ପ୍ରତିଦିନ କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳର ଧୂଆଁ କରିବା ଉଚିତ୍।
ଘରର ନକରାତ୍ମକ ଉର୍ଜାକୁ ନଷ୍ଟ କରିବା ପାଇଁ ପ୍ରତିଦିନ ଘରେ ୫ଟି ପବିତ୍ର ଜିନିଷର ଧୂଆଁ କିଛି ସମୟ ପାଇଁ ଦେବା ଉଚିତ୍। ଏହି ୫ଟି ଜିନିଷ ହେଉଛି କର୍ପୂର,ଦେଶୀ ଘିଅ,ଚନ୍ଦନ,ଝୁଣା ଏବଂ ଗୁଗ୍ଗଳ। ଗାଈର ଗୋବରରୁ ପ୍ରସ୍ତୁତ ଏକ କଣ୍ଡା ଜଳାନ୍ତୁ ଏବଂ ଯେତେବେଳେ ଏଥିରୁ ଧୂଆଁ ବାହାରିବା ବନ୍ଦ ହୋଇଯିବ ସେତେବେଳେ ଏହି ୫ଟି ଜିନିଷ କଣ୍ଡାର ଅଙ୍ଗାରରେ ପକାଇ ଦିଅନ୍ତୁ। ଏହାପରେ ସାବଧାନତା ସହକାରେ ଧୂଆଁକୁ ସବୁ ଘରେ ଦିଅନ୍ତୁ। ଏହିପରି ଧୂପ ଦେବା ଦ୍ବାରା ଘରେ ଦେବୀ-ଦେବତାଙ୍କ କୃପା ମଧ୍ୟ ମିଳିପାରେ।
ଏହି ୫ଟି ଜିନିଷ ଅତ୍ୟନ୍ତ ପବିତ୍ର ହୋଇଥାଏ ଏବଂ ଏଥିରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ। ସୂକ୍ଷ୍ମ ଜୀବାଣୁ ନଷ୍ଟ ହୋଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ନଷ୍ଟ ହୋଇଥାଏ। ସକରାତ୍ମକ ଶକ୍ତି ବଢ଼ିଥାଏ। ଏହାର ଧୂଆଁ ଦ୍ବାରା ଘରର ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ଏହି ୫ଟି ଜିନିଷ ବଜାରରେ ସହଜରେ ମିଳିଥାଏ।