ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ବଢିଥାଏ ସ୍ମରଣ ଶକ୍ତି 

କଦଳୀ ଖାଇବାକୁ କାହାକୁ ବା ପସନ୍ଦ ନଥାଏ । ଏଥିସହିତ ଏହା ସମସ୍ତ ଋତୁରେ ମିଳୁଥିବା ଏକ ଫଳ। କଦଳୀ ଯେତିକି ସ୍ୱାଦିଷ୍ଟ ହୋଇଥାଏ ସେତିକି ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତ୍ୟେକ ଦିନ ଏକ ମିଡିଅମ୍ ସାଇଜରର କଦଳୀ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲ୍ ରେ ରହିଥାଏ। ଇମ୍ୟୁନିଟି ବଢିବା ସହିତ ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେବେ ଚାଲନ୍ତୁ ଜାଣିବା କଦଳୀର ଫାଇଦା ବିଷୟରେ…

– ପ୍ରତ୍ୟେକ ଦିନ ଗୋଟିଏ କଦଳୀ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ।

– ପୋଟାସିୟମ୍‌ରେ ଭରପୁର କଦଳୀ ଖାଇବା ଦ୍ୱାରା ବ୍ଲଡପ୍ରେସର୍ କଣ୍ଟ୍ରୋଲ୍‌ରେ ରହିଥାଏ। ଏହା ହୃଦ ରୋଗ ଭଲ କରିଥାଏ। ପ୍ରତିଦିନ ୧ଟି କଦଳୀ ଖାଇବା ଶରୀରର ପୋଟାସିୟମର ୯ ପ୍ରତିଶତ ଆବଶ୍ୟକତା ଯୋଗାଇଥାଏ। ତେଣୁ ଉଚ୍ଚ ରକ୍ତଚାପର ରୋଗୀମାନେ ଏହାକୁ ଖାଇବା ଆବଶ୍ୟକ।

– କଦଳୀରେ ଭିଟାମିନ୍, ଆଇରନ୍, ଫାଇବର, ପୋଟାସିୟମ୍, ଫୋଲେଟ୍, ଆଣ୍ଟି-ଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ରହିଥାଏ। ଏହା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ LDL ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି କ୍ଷେତ୍ରରେ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା କମ୍ ହୋଇଥାଏ।

– କ୍ୟାନ୍ସର ଏକ ମାରାତ୍ମକ ରୋଗ। ଏହାକୁ ଏଡାଇବା ପାଇଁ, ଦୈନନ୍ଦିନ ଖାଦ୍ୟରେ ସୁସ୍ଥ ଜିନିଷ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କଦଳୀ ଖାଇବା ସର୍ବୋତ୍ତମ ବିକଳ୍ପ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଲେକ୍ଟିନ ଥାଏ ଯାହା କୋଷଗୁଡ଼ିକୁ ଫ୍ରୀ ରେଡିକାଲରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାଟି ଦିନରୁ କଦଳୀ ଖିଆଯାଏ, ତେବେ କ୍ୟାନ୍ସର ରୋଗ ହେବାର ଆଶଙ୍କା ବହୁଗୁଣିତ କମ୍ ହୋଇଥାଏ।