ନୂଆଦିଲ୍ଲୀ,୧୮/୧ : ଆଜି ଅପରାହ୍ଣରେ ଭାରତର ନିର୍ବାଚନ କମିସନ୍ ନାଗାଲାଣ୍ଡ୍, ମେଘାଳୟ ଏବଂ ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ । ଏଥିନିମନ୍ତେ ନିର୍ବାଚନ କମିସନ୍ ୨.୩୦ରେ ସାମ୍ବାଦିକ ସମ୍ମିଳନୀ ଡକାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସର ଭିନ୍ନ ଭିନ୍ନ ତାରିଖରେ ନାଗାଲାଣ୍ଡ୍, ତ୍ରିପୁରା ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ନାଗାଲାଣ୍ଡ୍, ମେଘାଳୟ ଓ ତ୍ରିପୁରା ବିଧାନସଭାର ୫ ବର୍ଷିଆ କାର୍ଯ୍ୟକାଳ ଯଥାକ୍ରମେ, ମାର୍ଚ ୧୨, ମାର୍ଚ ୧୫ ଓ ମାର୍ଚ ୨୨ରେ ଶେଷ ହେବ।
୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ୨୦୨୩ ବର୍ଷର ଗୁରୁତ୍ବ ରହିଛି। ତ୍ରିପୁରାରେ ‘ବିଜେପି’ ସରକାର ଶାସନ କରୁଥିବା ବେଳେ ମେଘାଳୟ ଓ ନାଗାଲାଣ୍ଡ୍ରେ ଶାସନ କରୁଥିବା ମେଣ୍ଟ ସରକାରରେ ‘ବିଜେପି’ ସାମିଲ ହୋଇଛି।