ଭୁବନେଶ୍ୱର,୧/୪ : ପୂର୍ବତଟ ରେଳପଥ ୨୦୧୪ -୨୫ ଆର୍ଥିକ ବର୍ଷ (୧ ଏପ୍ରିଲ ୨୦୧୪ ରୁ ୩୧ ମାର୍ଚ୍ଚ ୨୦୧୫ ପର୍ଯ୍ୟନ୍ତ) ରେ ରେକର୍ଡ ୨୫୯ .୨୫୪ ନିୟୁତ ଟନ୍ ମୂଳ ପଣ୍ୟ ବୋଝେଇ ହାସଲ କରି ପଣ୍ୟ ପରିବହନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଏହି ଉଲ୍ଲେଖନୀୟ ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଛି କାରଣ ପୂର୍ବତଟ ରେଳପଥ ୨୫୯ ନିୟୁତ ଟନ୍ ପଣ୍ୟ ପରିବହନ ସୀମା ଅତିକ୍ରମ କରିବାରେ ଦେଶର ପ୍ରଥମ ରେଳ ଜୋନ୍ ହୋଇଛି, ଯାହା ମାଲ ପରିବହନରେ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଏହି ସଫଳତା ପୂର୍ବ ବର୍ଷ ତୁଳନାରେ ୩ .୦୩୪ ନିୟୁତ ଟନ୍ ବୃଦ୍ଧି ପାଇଛି ।
ଏହି ସମୟ ମଧ୍ୟରେ, ପୂର୍ବତଟ ରେଳପଥ ବ୍ୟତୀତ ୨୦୦ ନିୟୁତ ଟନ୍ ପଣ୍ୟ ବୋଝେଇ ସୀମା ଅତିକ୍ରମ କରିଥିବା ଜୋନାଲ ରେଳବାଇ ଗୁଡିକ ହେଲା – ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ (ଏସଇସିଆର) ୧୫୩ .୨୦୮ ନିୟୁତ ଟନ୍, ଦକ୍ଷିଣ ପୂର୍ବ ରେଳପଥ (ଏସଇଆର) ୨୧୨ .୩୬୧ ନିୟୁତ ଟନ୍ ଏବଂ ପୂର୍ବ କେନ୍ଦ୍ରୀୟ ରେଳପଥ (ଇସିଆର) ୨୦୨ .୬୨ ନିୟୁତ ଟନ୍ ସୀମା ଉତ୍ତୀର୍ଣ୍ଣ କରିଛି।
ପୂର୍ବତଟ ରେଳପଥ ଲଗାତାର ଭାବେ ଷଷ୍ଠ ବର୍ଷ ପାଇଁ ୨୦୦ ନିୟୁତ ଟନ୍ ସୀମା ଅତିକ୍ରମ କରିବାର ଏକ ଐତିହାସିକ ସଫଳତା ବଜାୟ ରଖି ପଣ୍ୟ ପରିବହନ କାର୍ଯ୍ୟରେ ନିରନ୍ତର ଭାବେ ତା’ର ଶକ୍ତି ପ୍ରଦର୍ଶନ ଜାରି ରଖିଛି । ଏହି ସଫଳତା ବର୍ଷସାରା ସମ୍ମୁଖୀନ ହେଉଥିବା ଆହ୍ୱାନ / ଚ୍ୟାଲେଞ୍ଜଗୁଡ଼ିକୁ ଦୃଷ୍ଟିରେ ରଖି ବିଶେଷ ଭାବରେ ଉଲ୍ଲେଖନୀୟ, ଜୋନର ଦକ୍ଷତା, ରଣନୈତିକ ଯୋଜନା ଏବଂ ଏହାର କର୍ମଚାରୀଙ୍କ ଅଟଳ ସମର୍ପଣ ପ୍ରଦର୍ଶନ ଦ୍ୱାରା ସମ୍ଭବ ହେଇ ପାରିଛି ।
ଏହି ଅସାଧାରଣ ପ୍ରଦର୍ଶନ ତାଳଚେରସ୍ଥିତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL)ର କୋଇଲା କ୍ଷେତ୍ର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ପାଞ୍ଚଟି ପ୍ରମୁଖ ବନ୍ଦର (ପାରାଦୀପ, ଧାମରା, ଭାଇଜାଗ୍, ଗଙ୍ଗାଭରମ୍ ଏବଂ ଗୋପାଳପୁର) ଏବଂ ଇସ୍ପାତ, ଆଲୁମିନିୟମ୍ ଏବଂ ଲୁହାପଥର କ୍ଷେତ୍ରର ପ୍ରମୁଖ ଶିଳ୍ପଗୁଡ଼ିକର ଦୃଢ଼ ଅବଦାନ ଦ୍ୱାରା ସମ୍ଭବ ହୋଇଥିଲା ।
ପୂର୍ବତଟ ରେଳପଥର ତିନୋଟି ରେଳ ମଣ୍ଡଳ ଯଥା, ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉତ୍ସର୍ଗୀକୃତ ପ୍ରୟାସ ଗତ ବର୍ଷର ସଂଖ୍ୟାକୁ ଅତିକ୍ରମ କରିବାରେ ଏବଂ ଏହି ଉଲ୍ଲେଖନୀୟ ଫଳାଫଳ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ପ୍ରୟାସକୁ ସ୍ୱୀକୃତି ଦେଇ, ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସମସ୍ତ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରଦର୍ଶନ ପୂର୍ବତଟ ରେଳପଥ ଏବଂ ବିଭିନ୍ନ ସରକାରୀ କ୍ଷେତ୍ର, ଶିଳ୍ପ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ପ୍ରଭାବଶାଳୀ ସମନ୍ୱୟ ଏବଂ ନିରନ୍ତର ଉନ୍ନତି ଏବଂ ନବସୃଜନ ପ୍ରତି ପ୍ରତିବଦ୍ଧତାର ପ୍ରମାଣ । ପୂର୍ବତଟ ରେଳପଥର କର୍ମଚାରୀମାନଙ୍କ କଠିନ ପ୍ରୟାସ ବିନା ଏହି ଅସାଧାରଣ ସଫଳତା ସମ୍ଭବ ହୋଇପାରି ନଥାନ୍ତା । ସେମାନଙ୍କର ଦୃଢ଼ ନିଷ୍ଠା ଏବଂ ଦଳଗତ କାର୍ଯ୍ୟ, ଉପଯୁକ୍ତ ଯୋଜନା ଏବଂ ଏକ ସକାରାତ୍ମକ କାର୍ଯ୍ୟ ପରିବେଶ ସହିତ ସଂଯୋଗ ଏହି ସଫଳତାର ପ୍ରମୁଖ ପ୍ରେରକ ହୋଇଛି ।
ପୂର୍ବତଟ ରେଳପଥର ସଫଳତା ସମସ୍ତ ଜୋନ୍ଗୁଡ଼ିକରେ ଏକ ଉଦାହରଣ ସ୍ଥାପନ କରିଛି ଏବଂ ଦକ୍ଷ ପଣ୍ୟ ପରିବହନ ମାଧ୍ୟମରେ ଦେଶର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବାରେ ଭାରତୀୟ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଉଦାହରଣ ଦେଇଛି । ଆଗକୁ ବଢ଼ି, ପୂର୍ବତଟ ରେଳପଥ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିବା, କାର୍ଯ୍ୟକୁ ଅନୁକୂଳ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଅସାଧାରଣ ଫଳାଫଳ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି।