ଦିଲ୍ଲୀର ଟ୍ରାଭେଲ ଏଜେଣ୍ଟ ଠାରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା, ୬ କେଜି ସୁନା ଜବତ କଲା ଇଡ଼ି

ନୂଆଦିଲ୍ଲୀ, ୧୯/୧୨ : ଇଡିକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀର ଟ୍ରାଭେଲ ଏଜେଣ୍ଟ ଠାରୁ ଜବତ ହେଲା ନଗଦ ୪ କୋଟି ୬୨ ଲକ୍ଷ ଟଙ୍କା । ଡଙ୍କି ରୁଟ୍ ଦ୍ବାରା ବେଆଇନ ଟଙ୍କା ଓ ସୁନା ତସ୍କରୀର ଯାଞ୍ଚ ବେଳେ ଇଡିକୁ ଏହି ସଫଳତା ମିଳିଛି । ନଗଦ ଟଙ୍କା ସହ ୩୧୩ କେଜି ରୂପା ଓ ୬ କେଜି ସୁନା ଜବତ କରାଯାଇଛି । ଏଥିସହ ବେଆଇନ କାରବାର ସଂପର୍କରେ ବହୁ ତଥ୍ୟ ବି ଇଡିର ହସ୍ତଗତ ହୋଇଛି । ଅଭିଯୁକ୍ତ ମାନେ ମେକ୍ସିକୋ ଦେଇ ଆମେରିକା ପଠାଇବାର ଯୋଜନା ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇ ଇଡି । ଗତକାଲି ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ୧୩ଟି ସ୍ଥାନରେ ED ରେଡ୍ କରିଥିଲା । ଘଟଣାରେ ଆଉ କାହାର ସଂପୃକ୍ତି ଅଛି ତାର ଖୋଲତାଡ କରୁଛି ପୋଲିସ ।

Madhukunj