ଶିବସେନା ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ, ୨୭/୬ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତଙ୍କୁ ଇଡି ପକ୍ଷରୁ ନୋଟିସ୍‌ ଆସିଛି । ଆସନ୍ତାକାଲି ଅଫିସରେ ହାଜର ହେବାକୁ ଇଡି ପକ୍ଷରୁ ଶିବସେନା ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରବୀଣ ରାଓ୍ୱତ ଏବଂ ପାତ୍ରା ଚାଓ୍ୱଲଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଏହି ଦୁର୍ନୀତିରେ ପ୍ରାୟ ୧,୦୩୪କୋଟି ଟଙ୍କାର ଘୋଟାଲା ହୋଇଛି ବୋଲି ସୂଚନା ରହିଛି । ଏହି ମାମଲାରେ ପୂର୍ବରୁ ସଞ୍ଜନ ରାଓ୍ୱତଙ୍କ ସହଯୋଗୀ ପ୍ରବୀଣ ରାଓ୍ୱତଙ୍କ ୯ କୋଟି ଟଙ୍କା ଏବଂ ସାଂସଦଙ୍କ ପତ୍ନୀଙ୍କର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି ଇଡି ।