ଗଣତନ୍ତ୍ର ଦିବସରେ ସାମିଲ ହେବେ ଇଜିପ୍ଟ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଭାରତ ଆସନ୍ତା ଗଣତନ୍ତ୍ର ଦିବସ ପ୍ୟାରେଡ ସମାରୋହରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଏଲ-ସିସିଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛି । ୨୦୧୪ରୁ ଏଲ୍ ସିସି ଇଜିପ୍ଟର ରାଷ୍ଟ୍ରପତି ଅଛନ୍ତି । ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେଉଛି ଇଜିପ୍ଟ । ଚଳିତବର୍ଷ ଭାରତ ଏବଂ ଇଜିପ୍ଟ କୂଟନୈତିକ ସମ୍ପର୍କର ୭୫ ତମ ବାର୍ଷିକୀ ପାଳନ କରିଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (୨୦୧୫), ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍ ହୋଲାଣ୍ଡେ (୨୦୧୬)ଙ୍କୁ ଗଣତନ୍ତ୍ର ଦିବସ ପାଳନ ପାଇଁ ନିମନ୍ତ୍ରଣ କରିଥିଲେ ।

ୟୁଏଇର ମହମ୍ମଦ ବିନ୍ ଜାଏଦ ଅଲ ନାହାନ (୨୦୧୭), ସମସ୍ତ ଆସିଆନା ନେତା (୨୦୧୮), ଦକ୍ଷିଣ ଆଫ୍ରିକାର ସିରିଲ ରାମାଫୋସା (୨୦୧୯) ଏବଂ ବ୍ରାଜିଲର ଜାୟର ବୋଲସନାରୋ (୨୦୨୦) ମଧ୍ୟ ଭାରତର ଗଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇସାରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତ ବର୍ଷ ଇଜିପ୍ଟ ଗସ୍ତ କରିଛନ୍ତି ।

ଅକ୍ଟୋବରରେ ଏହି ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି ଯେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲ-ସିସିଙ୍କୁ ଭେଟିଥିବାରୁ ସମ୍ମାନିତ । ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବାର୍ତ୍ତା ଦେଇଛନ୍ତି । ଏଥିସହିତ ରାଜନାଥ ସିଂ ତାଙ୍କ ଇଜିପ୍ଟର ପ୍ରତିପକ୍ଷ ଜେନେରାଲ ମହମ୍ମଦ ଜାକିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ । ମିଳିତ ତାଲିମ, ପ୍ରତିରକ୍ଷା ସହ-ଉତ୍ପାଦନ ଏବଂ ଉପକରଣର ରକ୍ଷଣାବେକ୍ଷଣ ଉପରେ ଧ୍ୟାନ ଦେବା ପାଇଁ ସେମାନେ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ ।

SBI_Festive_Digital Billboard