ଭୁବନେଶ୍ୱର ୨୨/୦୪: ଶନିବାର ଦେଶବ୍ୟାପୀ ପାଳନ ହେଉଛି ଇଦ୍ । ମସଜିଦରେ ସମୂହ ନମାଜ ପାଠ କରାଯାଇଛି । ନମାଜ ପରେ ପରସ୍ପରକୁ ସମସ୍ତେ ଅଭିଭାଦନ ଦେଉଛନ୍ତି । ଶୁକ୍ରବାର ସଂଧ୍ୟାରେ ଚାନ୍ଦ ଦେଖାଯାଇଥିଲା । ଏହାସହ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ରମଜାନ୍ ମାସ ଶେଷ ହୋଇଥିଲା । ରମଜାନ ମାସ ଶେଷ ହେବା ପରଦିନ ଇସଲାମିକ୍ କ୍ୟାଲେଣ୍ଡର ଅନୁଯାୟୀ ଇଦ୍ ପାଳନ କରାଯାଏ । ଯାହାକୁ ଇଦ ଉଲ୍ ଫିତର କରାଯାଏ । ସେହିପରି ଏହାକୁ ମିଟି ଇଦ୍ ମଧ୍ୟ କୁହାଯାଏ । ମୁସଲିମ୍ ସଂପ୍ରଦାୟର ସମସ୍ତେ ନୂଆ ପୋଷାକ ପରିଧାନ କରନ୍ତି, ପରସ୍ପରକୁ ମିଠା ଖୁଆନ୍ତି । ଦେଶର ବିଭିନ୍ନ ସହରରେ ଇଦ୍ -ଉଲ୍- ଫିତର ପାଳନ ହେଉଛି ।
