ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦୁ ଉଲ୍ ଫିତର

ଭୁବନେଶ୍ୱର, ୨୦/୦୩ : ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦୁ ଉଲ୍ ଫିତର । ଗୁରୁବାର ଦିନ କୌଣସି ସ୍ଥାନରେ ଚନ୍ଦ୍ର ଦେଖା ନଯିବାରୁ ଶୁକ୍ରବାର ପରିବର୍ତ୍ତେ ଶନିବାର ପାଳନ ହେବ ଇଦୁ ଉଲ ଫିତର୍ । ଆଜି ରମଜାନ ମାସର ଶେଷ ଦିନ ହୋଇଥିବା ବେଳେ ଶେଷ ଉପାସ ରଖିବେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ । ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ କରାଯାଇଛି ଏହି ଘୋଷଣା । ତେବେ ଇସଲାମ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ଏହି ଇଦ୍ ଉଲ୍ ଫିତର । ରମଜାନ ମାସର ଏକ ମାସ ଧରି ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଉପାସ ରଖିବା ସହ ପ୍ରାର୍ଥନା କରନ୍ତି । ଏହା ସହିତ ଏହି ପବିତ୍ର ମାସରେ ପ୍ରଚୁର ମାତ୍ରାରେ ଦାନ ଦକ୍ଷିଣା ମଧ୍ୟ ଦିଅନ୍ତି । ତେବେ ଏକ ମାସ ଧରି ଉପାସ ରଖିବା ପରେ ଆଡ଼ମ୍ବର ସହ ପାଳନ କରାଯାଉଛି ଇଦ୍ ଉଲ୍ ଫିତର ।