ପାଟନା: ମାଢିରୁ ବାହାରିଲା ୮୨ ଟି ଦାନ୍ତ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ବିହାରର ୧୭ ବର୍ଷ ବୟସ୍କ ନିତିଶ ଏକ ବିରଳ ଟ୍ୟୁମର ରୋଗରେ ପୀଡିତ ହୋଇଥିଲେ। ତାଙ୍କ ମୁହଁର ତଳ ଦୁଇପଟେ ଏହି ଟ୍ୟୁମର ବଢିବାରେ ଲାଗିଥିଲା। ଶେଷରେ ଡାକ୍ତରମାନେ ଉକ୍ତ ଟ୍ୟୁମର ଅସ୍ତ୍ରୋପଚାର କରି ୮୨ଟି ଦାନ୍ତ ବାହାର କରିଛନ୍ତି। ନିତିଶ ବିରଳ ତଥା ଜଟିଳ ଓଡୋନଟୋମାରେ ଆକ୍ରାନ୍ତ ହୋଇଥିଲେ।
ଗତ ପାଞ୍ଚବର୍ଷ ଧରି ସେ ଏଥିରେ ଆକ୍ରାନ୍ତ ହୋଇ ଅନେକ ଚିକିତ୍ସା କରାଇଥିଲେ। କିନ୍ତୁ କିଛି ସୁଫଳ ମିଳିବାରୁ ସେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ତାହା ପରୀକ୍ଷା ନିରୀକ୍ଷା କରିବା ପରେ ଟ୍ୟୁମର ଭିତରେ ଦାନ୍ତଭଳି କିଛି ପତାର୍ଥ ରହିଥିବା ଜଣାପଡିଲା ଏବଂ ଡାକ୍ତରମାନେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଦୀର୍ଘ ତିନିଘଣ୍ଟା ଅସ୍ତ୍ରୋପଚାର କରାଯିବା ପରେ ଉକ୍ତ ଟ୍ୟୁମର ଭିତରୁ ୮୨ଟି ଦାନ୍ତ ବାହାରିଥିଲା। ଏହା ମାଢିର ଏକ ବିରଳ ଟ୍ୟୁମର ରୋଗ।