ଭୁବନେଶ୍ଵର,୨୧/୮: ଏକାମ୍ର ବରିଷ୍ଠ ନାଗରିକ ସଂଘର ସଭ୍ୟ ମାନେ ଏକତ୍ରିତ ହୋଇ ମହାସମାରୋହରେ ‘ବରିଷ୍ଠ ନାଗରିକ ଦିବସ’କୁ ସ୍ଥାନିୟ ୱ।ଡ଼ ଅଫିସ କାର୍ଯ୍ୟାଳୟରେ ମହାସମାରୋହରେ ପାଳନ କରିଛନ୍ତି । ସଂଘର ସ୍ଥାୟୀ ସଭାପତି ହୃଷିକେଶ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଧୀରେନ ପଟ୍ଟନାୟକ ବରିଷ୍ଠ ନାଗରିକ ଦିବସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବରିଷ୍ଠ ନାଗରିକମାନେ ସଂଗଠିତ ହୋଇପାରିଲେ ପରସ୍ପରର ସୁଖ ଦୁଃଖ ରେ ଭାଗିଦାରୀ ହୋଇପାରିଲେ ଏହାର ମୂଳ ଉଦ୍ଦେଶ୍ୟ ସାଧନ ହୋଇପାରିବ ବୋଲି ସୁଚାଇଥିଲେ ଉପଦେଷ୍ଟା ରାଜେନ୍ଦ୍ର ସମର୍ଥ। । ବରିଷ୍ଠ ନାଗରିକମାନେ ହେଉଛନ୍ତି ଦେଶର ସମ୍ପତ୍ତି ସେମାନଙ୍କର ମୂଲ୍ୟବାନ ଉପାଦେଶକୁ ପାଥେୟ କରି ଯୁବପିଢି ଆଗେଇ ଚାଲିଲେ ଦେଶର ବହୁତ ଉନ୍ନତି ହୋଇପାରିଵ । ସମସ୍ତବରିଷ୍ଠ ନାଗରିକମାନେ ଦ୍ଵିତୀୟ ଡୋଜ କରୋନା ଟିକା ନେଇ ସୁରକ୍ଷିତ ଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ସଂଗଠନର ଉପସଭାପତି ଡଃ ନୀତି ରଞ୍ଜନ ଚାନ୍ଦ ସମସ୍ତେ ଏକତାବଦ୍ଧ ହୋଇପାରିଲେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବା ବୋଲି ସୁଚାଇ ସମସ୍ତେ ପରିଣତ ବୟସରେ ପହଞ୍ଚି ଥିଲେ ସୁଦ୍ଧା ଯେଉଁ ଉତ୍ସ।ହର ସହିତ ଆପଣମାନେ କାର୍ଯ୍ୟକ୍ରମଗୁଡିକକୁ ଆଗେଇ ନେଉଛନ୍ତି ସମସ୍ତଙ୍କୁ ଧନ୍ୟବାଦ । କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତି ବିବେକାନନ୍ଦଙ୍କ ବାଣୀକୁ ଉଦ୍ଧାର କରି ସମସ୍ତେ ଦୃଢ ଆଉ ସଙ୍କଳ୍ପବଦ୍ଧ ହେଲେ ଆଗେଇ ପାରିବା ବୋଲି ସୁଚାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ନରସିଂହ ଖୁଣ୍ଟିଆ, ହରିହର ସାହୁ, ସକଳେଶ୍ଵର ପଟ୍ଟନାୟକ, ବିଜୟ କୁମାର ମହାନ୍ତି, ନାରାୟଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବହୁତ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ । ସଭାପତି ଶ୍ରୀ ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଶୃଙ୍ଖଳିତ ଏବଂ ସୁଚାରୁରୂପେ ସମ୍ପାଦିତ ହେ।ଇପାରୁଥିବାରୁ ପ୍ରତ୍ୟେକ ଧନ୍ୟବାଦ ର ପାତ୍ର । ଆଜିର ଦିବସ ର ମହତ୍ବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଭ୍ୟ ମାନଙ୍କୁ ଅବଗତ କରିଥିଲେ । ଅନୁଷ୍ଠାନ ତରଫରୁ ଅଜିତ କୁମାର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।