ଭୁବନେଶ୍ୱର, ୦୬/୧୧ : ଜମୁଛି ନୂଆପଡ଼ାରେ ନିର୍ବାଚନ ପ୍ରଚାର । ରୋଡ ଶୋରେ କମ୍ପୁଛି ମୈଦାନ। ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର। ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୧୧ଟାରେ ପ୍ରଥମେ କୋମନାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ସୋ କରିବେ। ପରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପଞ୍ଚମପୁରରେ ସାଧାରଣ ସଭାରେ ଯୋଗ ଦେବେ । ଗୋଟିଏ ଦିନରେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନୂଆପଡ଼ା ଉପନିର୍ବାଚନ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଦର୍ଶାଉଛି । ନୂଆପଡ଼ା ବ୍ଲକରେ ବୋଇରିଭାଡି ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ଲୋକେ ଆର୍ଶୀବାଦ କରିବେ ବୋଲି କହିଛନ୍ତି ଜୟ ।