ସ୍ୱାଧୀନତାର ୭୮ ବର୍ଷ ପରେ ନୈନିତାଲ ଗ୍ୱାଲ ଗାଁରେ ଜଳିଲା ବିଜୁଳି

ନୂଆଦିଲ୍ଲୀ, ୨୯/୦୩ : ସ୍ୱାଧୀନତାର ୭୮ ବର୍ଷ ପରେ ନୈନିତାଲ ଗ୍ୱାଲ ଗାଁରେ ବିଜୁଳି ପହଂଚିବା ପରେ ଲୋକଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି । ଦୀର୍ଘ ବର୍ଷ ଧରି ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀଙ୍କ ପାଇଁ ଏହା ସ୍ୱପ୍ନ ଠାରୁ କମ୍ ନୁହେଁ । ଏହି କାର୍ଯ୍ୟ ବିଜେପିର ପୂର୍ବ ପ୍ରଦେଶ ମନ୍ତ୍ରୀ ରାକେଶ ନୈନିବାଲଙ୍କ ପୟାସରେ ହୋଇପାରିଛି । ସେ ସାଂସଦ ଅଜୟ ଭଟ୍ଟଙ୍କ ମାଧ୍ୟମରେ ସାଂସଦ ପାଣ୍ଠିରୁ ଏହି ଗାଁକୁ ବିଜୁଳି ପହଂଚାଇବାର କାର୍ଯ୍ୟ କରିଛନ୍ତି । କଠିନ ଭୌଗଳିକ ପରିସ୍ଥିିତି ମଧ୍ୟରେ ବିଜୁଳି ବିଭାଗର ଟିମ ପାହାଡ଼ ଉପରେ ଅଢ଼େଇ କିଲୋମିଟର ତାର ବିଛାିବା ଗାଁକୁ ବିଦ୍ୟୁତ୍ ସଂଯୋଗ ଦେବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ରାକେଶ ନୈନିବାଲ କହିଛନ୍ତି କି, ସେ ସଂକଳ୍ପ କରିଥିଲେ ବିଜୁଳି ପହଂଚିବା ପରେ ସେ ଗାଁକୁ ଯାଇ ଲୋକମାନଙ୍କ ସହ ମିଶିବେ, ଯାହା ସେ ଆଜି ପୂରା କରିଛନ୍ତି । ବିଜୁଳି ବତି ଜଳିବା ପରେ ଗାଁର ସବୁ ଲୋକ ଉତ୍ସବ ମନାଇଛନ୍ତି । ଏହିକ୍ରମରେ ରାକେଶ ନୈନିବାଲ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି କି, ଖୁବଶୀଘ୍ର ଗାଁକୁ ପିଚୁ ସଡ଼କ ନିର୍ମାଣ କରାଯିବ ।