ଭୁବନେଶ୍ୱର, ୧୮/୧୧ : ମାଲକାନଗିରିରେ ବଡ଼ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ଟପ ମାଓ ନେତା ହିଡମା ସମେତ ୬ ମାଓବାଦୀ ମୃତ୍ୟୁ ସୂଚନା । ଏଯାଏ ମୃତଦେହ ଚିହ୍ନଟ ହୋଇନାହିଁ । ହିଡମା ମୁଣ୍ଡ ପାଇଁ କୋଟିଏ ଟଙ୍କା ପୁରସ୍କାର ରାଶି ଥିଲା । ତେବେ ହିଡମା ମୃତ୍ୟୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ଧରଣର ଏନକାଉଣ୍ଟର ପରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆନ୍ଧ୍ରପ୍ରଦେଶ ପ୍ରଦେଶ ଆଲୁରୀ ସୀତାରାମରାଜୁ ଜଙ୍ଗଲରେ ଏନକାଉଣ୍ଟରରେ ୬ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ମାଓବାଦୀଙ୍କ ମଧ୍ଯରେ କିଛି ବଡ କ୍ଯାଡର ମାଓବାଦୀ ଥିବା ସୂଚନା ମିଳିଛି । ସେହିପରି ଛତିଶଗଡ଼ ସୁକମାରେ ମଧ୍ୟ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛି ।