କଟକ: ବିଚ୍ ରାସ୍ତାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ହୋଇଛି ଛୁରାମାଡ଼ । ସଦର ଥାନା ପ୍ରତାପ ନଗରୀ ନିକଟରେ ହୋଇଛି ଛୁରାମାଡ଼ । ଏକ ତରଫା ପ୍ରେମରୁ ଛୁରାମାଡ଼ କରିଛି ଜଣେ ଯୁବକ । କଲେଜରୁ ବସରେ ଫେରି ଚାଲି ଚାଲି ଗଲା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ଛୁରାମାଡ଼ରେ ଛାତ୍ରଙ୍କ ହାତ ଓ ଜଙ୍ଘରେ ଗୁରୁତର ଆଘାତ ହୋଇଛି ।
ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିବା ଜଣାପଡିଛି । ଛାତ୍ରୀଙ୍କ ହାତ ଓ ଗୋଡ଼ରେ କ୍ଷତ ଚିହ୍ନ ହୋଇଥିବା ଜଣାପଡିଛି । ଘଟଣାର ସୂଚନା ମିଳିବା ପରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।
