ଭାରତ – ଇଂଲଣ୍ଡ ପ୍ରଥମ ଟେଷ୍ଟ : ଇଂଲଣ୍ଡ ୧୮୩ରେ ଅଲଆଉଟ୍

ଟେଣ୍ଟ ବ୍ରିଜ୍,୪/୮ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନଟିଂହାମ୍‌ର ଟ୍ରେଣ୍ଟ ବ୍ରିଜ୍‌ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଟିମ୍‌ ପ୍ରଥମ ପାଳିରେ ୧୮୩ ରନ୍‌ରେ ଅଲଆଉଟ୍‌ ହୋଇଛି । ଭାରତ ପକ୍ଷରୁ ବ୍ୟାଟିଂ ପାଇଁ ରୋହିତ ଶର୍ମା ଏବଂ କେଏଲ ରାହୁଲ ପଡ଼ିଆକୁ ଓହ୍ଲାଇଛନ୍ତି।ଇଂଲଣ୍ଡର ନଟିଂହାମଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଦଳ ପ୍ରଥମ ଇନିଂସରେ ମାତ୍ର ୧୮୩ ରନରେ ଅଲଆଉଟ୍ ହୋଇଯାଇଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଗ୍ରହଣ କରିଥିବା ଇଂଲଣ୍ଡ ଦଳ ଇନିଂସ ଆରମ୍ଭରୁ ଓପନର ରୋରି ବର୍ନସଙ୍କୁ ହରାଇଥିଲା । କିନ୍ତୁ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଦଳକୁ ବିପଦମୁକ୍ତ କରିଥିଲେ । ବିଶେଷକରି ଅଧିନାୟକ ଜୋ ରୁଟ୍ ସର୍ବାଧିକ ୬୪ ରନର ଇନିଂସ ଖେଳିଥିଲେ । ତେବେ ଚାପାନ ବିରତି ପରେ ଦଳ ପାଇଁ ପୁଣି ବିପଦ ମାଡ଼ିଆସିଥିଲା । ନିମ୍ନ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ବିଫଳତା ଯୋଗୁଁ ଦଳ ମାତ୍ର ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ପେସର ଯଶପ୍ରୀତ ବୁମରା ୪ଟି ଓ ମହମ୍ମଦ ସମୀ ୩ଟି ଓ୍ବିକେଟ୍ ନେଇଥିଲେ । ଶାର୍ଦ୍ଦୁଲ ଠାକୁର ୨ଟି ଓ ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ୍ ନେଇଥିଲେ ।