B+ ଏବଂ AB+ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କୋଭିଡ୍ ଭାଇରସ୍ : ବିଶେଷଜ୍ଞ

ନୂଆଦିଲ୍ଲୀ ୧୧/୦୫ : କରୋନା ଭାଇରସ ଏ​‌ବେ ସାରା ଦେଶକୁ କବଳିତ କରି ରଖିଛି । ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚ ଦ୍ବାରା ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । AB+ ଏବଂ B+ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ କୋଭିଡ୍‌-୧୯ ପାଇଁ ଅଧିକ ସତର୍କ ରହିବା ଉଚିତ । କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିମାନଙ୍କ ତୁଳନାରେ AB ଏବଂ B ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ ଅଧିକ ସଚେତନ ରହିବା ଆବଶ୍ୟକ ।

ରିସର୍ଚ୍ଚରୁ ଜଣାପଡିଛି ଯେ, O ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷ କରୋନା ସଂକ୍ରମିତ ହେବା ଆଶଙ୍କା କମ । ଅର୍ଥାତ ଏମାନଙ୍କ କ୍ଷେତ୍ରରେ କୋଭିଡ୍‌ ପ୍ରଭାବ କମ ରହିଥାଏ । O ଗ୍ରୁପର ଲୋକମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଶରୀରରେ ଲକ୍ଷଣ ଖୁବ କମ ଦେଖାଯାଏ । ସାରା ଦେଶରେ ସେରୋପଜିଟିଭ ସର୍ବେ ଆଧାରରେ ଏହି ତଥ୍ୟ ପାଇଛି SCIR ।