ଇପିଏଫଓ ସଦସ୍ୟଙ୍କ ପାଇଁ ଖୁସି ଖବର : ଏଣିକି ଏଟିଏମ ଓ ୟୁପିଆଇରୁ ବାହାର କରିପାରିବେ ପିଏଫ୍ ଟଙ୍କା

ନୂଆଦିଲ୍ଲୀ,୨୭/୯: ଇପିଏଫଓ ସଦସ୍ୟଙ୍କ ପାଇଁ ଆସିଛି ଖୁସି ଖବର। ଖୁବଶୀଘ୍ର ଆସୁଛି ଇପିଏଫଓ ୩.୦ ଡ଼ିଜିଟାଲ ପ୍ଲାଟଫର୍ମ। ଏହି ନୂତନ ବ୍ୟବସ୍ଥା ସହିତ ପିଏଫ୍ ସମ୍ବନ୍ଧୀୟ ସେବାଗୁଡ଼ିକ ଆହୁରି ସହଜ, ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ ହେବ। ଇନଫୋସିସ୍, ଓ୍b ପ୍ରୋ ଏବଂ ଟିସିଏସ ଭଳି ବଡ଼ ବଡ଼ ଆଇଟି କମ୍ପାନୀଗୁଡ଼ିକ ଏହି ପ୍ରକଳ୍ପ ଉପରେ କାମ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ନୂତନ ପ୍ଲାଟଫର୍ମ ଖୁବଶୀଘ୍ର ସମସ୍ତ ସଦସ୍ୟଙ୍କ ପାଇଁ ଉପଲବ୍ଧ ହେବ। ଆପଣଙ୍କୁ କେବଳ ଆପଣଙ୍କର ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ପଡିବ ଏବଂ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ସକ୍ରିୟ କରିବାକୁ ପଡିବ। ଏହା ସାହାଯ୍ୟରେ, ଆପଣ ଏବେ ଅଫିସ୍ ନଯାଇ ମଧ୍ୟ ଆପଣଙ୍କର ପିଏଫ ଆକାଉଣ୍ଟ୍ ରୁ ଟଙ୍କା ଉଠାଇପାରିବେ। ଇପିଏଫଓ ୩.୦ ରେ ୟୁପିଆଇ ମାଧ୍ୟମରେ ଟଙ୍କା ଉଠାଇବାର ସୁବିଧା ମଧ୍ୟ ରହିବ। ଅର୍ଥାତ୍, ଯେତେବେଳେ କୌଣସି ଜରୁରୀକାଳୀନ ପରିସ୍ଥିତି ଆସିବ, ଆପଣ ୟୁପିଆଇ ମାଧ୍ୟମରେ ତୁରନ୍ତ ଆପଣଙ୍କ ପିଏଫ ଆକାଉଣ୍ଟ୍ରୁ ଟଙ୍କା ଉଠାଇ ପାରିବେ। ଏହା ଶୀଘ୍ର ଟଙ୍କାର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ।

ଇପିଏଫଓ ୩.୦ରେ ଅନଲାଇନ୍ କ୍ଲେମ ଏବଂ ସୂଚନା ସଂଶୋଧନ ପ୍ରକ୍ରିୟାକୁ ମଧ୍ୟ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯାଇଛି। ଏବେ କର୍ମଚାରୀମାନେ ସେମାନଙ୍କ ମୋବାଇଲରେ ଓଟିପି ଭେରିଫିକେସନ କରି ନାମ, ଜନ୍ମ ତାରିଖ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ବିବରଣୀ ଅପଡେଟ୍ କରିପାରିବେ। ଏହା କେବଳ ସମୟ ବଞ୍ଚାଇବ ନାହିଁ ବରଂ ବାରମ୍ବାର ଡକ୍ୟୁମେଣ୍ଟ ଯାଞ୍ଚ କିମ୍ବା ଅଧିକାରୀଙ୍କୁ ଭେଟିବାରୁ ପଡ଼ିବନି। ଏହା ସହିତ, ଯଦି କୌଣସି ପିଏଫ ସଦସ୍ୟଙ୍କ ମୃତ୍ୟୁ ହୁଏ ଏବଂ ତାଙ୍କ ପିଲାମାନେ କ୍ଲେମ କରିବାକୁ ଚାହାଁନ୍ତି, ତେବେ ଏବେ ସେମାନଙ୍କୁ ଅଭିଭାବକ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ। ଏହି ପରିବର୍ତ୍ତନ ସହିତ, ପରିବାର ଯଥାଶୀଘ୍ର ଆର୍ଥିକ ସହାୟତା ପାଇପାରିବେ। ଇପିଏଫଓ ୩.୦ ଏକ ନୂତନ ଡିଜାଇନ୍ ହୋଇଥିବା ଡିଜିଟାଲ୍ ଡ୍ୟାସବୋର୍ଡ ସହିତ ଆସିବ, ଯାହା ସଦସ୍ୟମାନଙ୍କୁ ସେମାନଙ୍କର ମାସିକ ଜମା, ଦାବିର ସ୍ଥିତି ଏବଂ ସମ୍ପୂର୍ଣ୍ଣ ଆକାଉଣ୍ଟ ସୂଚନା ସହଜରେ ଦେଖିବାର ସୁଯୋଗ ଦେବ। ଏହା ସ୍ୱଚ୍ଛତା ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ।

SBI_Festive_Digital Billboard