ଏହି ପତ୍ରକୁ ଖାଲି ପେଟରେ ଖାଇଲେ ଯିବାକୁ ପଡ଼ିବନି ମେଡିକାଲ : ସୁସ୍ଥ ରହିବ ହାର୍ଟ…

ଏମିତି ବି କିଛି ଗୁଣକାରୀ ପତ୍ର ରହିଛି; ଯାହାକୁ ଖାଲିପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେମିତିକ, ଖାଲିପେଟରେ କିଛି ନିମପତ୍ରକୁ ଚୋବେଇ ଖାଇଲେ ଏହା କୃମି ସମସ୍ୟା ଦୂର କରିବା ସହ ଚର୍ମଜନିତ ରୋଗକୁ କିଛିକାଂଶରେ ମୁକ୍ତି ଦେଇଥାଏ। ଖାଲିପେଟରେ ତୁଳସୀ ପତ୍ର ଖାଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ପୁଦିନା ପତ୍ରରୁ କିଛି ଖାଲିପେଟରେ ଖାଇଲେ ପାଚନକ୍ରିୟା ସକ୍ରିୟ ହୋଇଥାଏ।

ଭୁର୍ସଙ୍ଗ ପତ୍ରକୁ ଖାଲିପେଟରେ ଚୋବେଇ ଖାଇଲେ ହାର୍ଟ ଭଲ ରହିଥାଏ ବୋଲି ବିଶ୍ୱାସ କରାଯାଏ। * ଜୁଆଣି ପତ୍ରକୁ ବି ଖାଲିପେଟରେ ଚୋବେଇ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ମୁଖ୍ୟତଃ ପେଟ ଜନିତ ସମସ୍ୟାରୁ ଏହା ମୁକ୍ତି ଦିଏ। ଜାମୁକୋଳି ପତ୍ରକୁ ଖାଲିପେଟରେ ଚୋବେଇ ଖାଇଲେ ସୁଗାର୍‌ ନିୟନ୍ତ୍ରଣରେ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଖାଲିପେଟରେ ପାନ ଖାଇଲେ ମୁଖ ଦୁର୍ଗନ୍ଧ ଦୂର ହେବା ସହ ପାଚନ କ୍ରିୟା ଠିକ୍‌ ହୋଇଥାଏ। ସେହିପରି ଖାଲିପେଟରେ ଧନିଆ ପତ୍ରରୁ କିଛି ଚୋବେଇ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଭୋକ ହୋଇଥାଏ। ତା’ଛଡ଼ା ବିଭିନ୍ନ ପ୍ରକାରର ସ୍କିନ୍‌ ଇନ୍‌ଫେକ୍ସନରୁ ବି ଏହା ରକ୍ଷା କରିଥାଏ।

SBI_Festive_Digital Billboard