ଚେନ୍ନାଇ,୨୭/୧: ଦୁର୍ନୀତି ଅଭିଯୋଗରେ ୪ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଆଜି ଜେଲ୍ମୁରୁ ମୁକୁଳିଛନ୍ତି ଏଆଇଏଡିଏମକେର ପୂର୍ବତନ ନେତ୍ରୀ ଭିକେ ଶଶୀକଳା । ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସହଯୋଗୀ ରହିଥିବା ଶଶୀକଳା ଗତ ୪ ବର୍ଷ ଧରି ବେଙ୍ଗାଲୁରୁର ପରପନ୍ନା ଜେଲ୍ ରେ ଥିଲେ ।
ଶଶୀକଳାଙ୍କୁ ୨୦୧୭ରେ ୬୬ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା । ତାଙ୍କ ସଂପର୍କୀୟ ଜେ ଇଲାବାରସୀ ଏବଂ ଜେ ଜୟଲଳିତାଙ୍କ ପାଳିତ ପୁଅ ବିଏନ୍ ସୁଧାକରଣଙ୍କୁ ମଧ୍ୟ କୋର୍ଟ ଏହି ମାମଲାରେ ଦଣ୍ଡ ଶୁଣାଇଥିଲେ ।